Basi Chawal Benefits: ଯଦି ଆପଣ ବାସି ଭାତ ଖାଆନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।
ଲୋକେ ବାସି ଭାତର କ୍ଷତି ବିଷୟରେ ଚିନ୍ତା କରି ଫିଙ୍ଗି ଦିଅନ୍ତି, କିନ୍ତୁ ଯଦି ଆପଣ ବାସି ଭାତର ଉପକାରିତା ବିଷୟରେ ଜାଣନ୍ତି ତେବେ ଆପଣ ଏହାକୁ କେବେ ବି ଫିଙ୍ଗିବେ ନାହିଁ କାରଣ ରାତିରେ ବଳକା ଭାତ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । ଏହି ଆର୍ଟିକଲ ମାଧ୍ୟମରେ ଆମେ ବାସି ଭାତ ଖାଇବାର ଫାଇଦା ବିଷୟରେ ଜାଣିବୁ…
ଯଦି ଆପଣ ଭାବୁଛନ୍ତି ବାସି ଭାତରେ କେଉଁ ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବାସି ଭାତରେ ଫାଇବର, ଆଇରନ, ପୋଟାସିୟମ, ମାଇକ୍ରୋ ନ୍ୟୁଟ୍ରିଏଣ୍ଟ, କ୍ୟାଲସିୟମ, ମିନେରାଲ୍ସ ଏବଂ ଅନ୍ୟପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଯଦି ଆପଣ ୧୦୦ ଗ୍ରାମର ଗରମ ଭାତ ଖାଉଛନ୍ତି । ତାହା ହେଲେ ସେଥିରୁ ୩.୪ ମିଲିଗ୍ରାମ ଆଇରନ ମିଳିଥାଏ । କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି ପରଦିନ ସକାଳେ ପ୍ରାତଃଭୋଜନରେ ଖାଇବେ ତେବେ ଏଥିରେ ଆଇରନର ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚିଥାଏ । କେବଳ ଆଇରନ ଭାଗ ନୁହେଁ ବାସୁ ଭାତରେ ସୋଡିୟମ, ପୋଟାସିୟମ,କ୍ୟାଲସିୟମର ପଣିମାଣ ମଧ୍ୟ ବୃଦ୍ଧିପାଇଥାଏ ।
ବାସି ଭାତରେ ଅଧିକା ମାତ୍ରାରେ ଫାଇବର ରହିଥାଏ । ଯାହା କୋଷ୍ଟାକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏହାଛଡା ପେଟ ଗରମ ହୋଇ ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ।ଯଦି ଆପଣଙ୍କୁ ଆଲର୍ଜି ଭଳି କୋଣସି ସମସ୍ୟା ଦେଖାଯାଉଛି ।
ତାହା ହେଲେ ସପ୍ତାହରେ ତିନିଥର ବାସି ଭାତ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ଆଲର୍ଜି ସମସ୍ୟାରୁ ମୁକ୍ତି ପାଇ ପାରିବେ । ବାସି ଭାତ ଖାଇବାଦ୍ୱାରା ଘା’ ମଧ୍ୟ ଶୀଘ୍ର ଶୁଖିଥାଏ ।
ଯଦି ଆପଣ ଚା ବା କଫି ପିଇବା ଦ୍ୱାରା ଚିନ୍ତିତ ରହୁଛନ୍ତି । ତା’ହେଲେ ଆପଣ ପ୍ରତିଦିନ ସକାଳୁ ଉଠି ବାସି ଭାତ ସେବନ କରନ୍ତୁ । ଯାହା ଫଳରେ ଆପଣ ଏହି ଅଭ୍ୟାସରୁ ମୁକ୍ତି ପାଇ ପାରିବେ । ଆପଣ ଫ୍ରେସ ଅନୁଭବ କରିବେ ।
ALSO READ: https://purvapaksa.com/benefits-of-boiled-peanut/