Banana Flower: କଦଳୀ ଫୁଲ ଖାଇଲେ ଡାଇବେଟିସ୍ ରୋଗୀଙ୍କର ସୁଗାର ସ୍ତର କମ୍ ହୋଇଥାଏ।
ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ତା’ସହିତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ବୃଦ୍ଧି ସମସ୍ୟା ମଧ୍ୟ କମ୍ ହୋଇଥାଏ। କଦଳୀ ଫୁଲ ଖାଇବା ଦ୍ଵାରା ଆପଣଙ୍କ ଅନେକ ରୋଗ ଦୂର ହୋଇପାରେ। ଯେପରି ଡାଇବେଟିସ, ଡିପ୍ରେଶନ ତଥା ଆନେମିଆ ଆଦି ରୋଗ ମାନଙ୍କ ଠାରୁ ଏହା ବଞ୍ଚାଇଥାଏ।
ଏଥିପାଇଁ କଦଳୀ ଫୁଲକୁ କୌଣସି ନା କୌଣସି ପ୍ରକାରେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଏବେ ମୁଁ ଆପଣ ମାନଙ୍କୁ କହିବି ଯେ କଦଳୀ ଫୁଲ ଦ୍ବାରା କେଉଁ ରୋଗ ଦୂର କରା ଯାଇପାରିବ। ପ୍ରଥମ ହେଉଛି ଆନେମିଆ ଯାହା କି ରକ୍ତର ଅଭାବ ଅଟେ।
ଏହି ରୋଗରୁ ବଞ୍ଚିବା ପାଇଁ କଦଳୀ ଫୁଲର ବ୍ୟବହାର କରାଯାଇଥାଏ। ଏହାକୁ ଖାଇବା ଦ୍ଵାରା ଶରୀରରେ ଆଇରନର ଅଭାବ ହୋଇ ନଥାଏ । ଆଗକୁ ଖାଇଲେ ଶରୀରରେ ରକ୍ତ ମଧ୍ୟ ସୃଷ୍ଟି କରା ଯାଇପାରିବ।
କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ଓ ମାରାତ୍ମକ ରୋଗ ମାନଙ୍କ ଠାରୁ ବଞ୍ଚିବା ପାଇଁ କଦଳୀ ଫୁଲ ସାହାଯ୍ୟ କରିଥାଏ। ଏଥିରେ ଅତ୍ୟଧିକ ମାତ୍ରାରେ ଆଣ୍ଟୀ ଅକ୍ସିଡ଼ାଣ୍ଟ ମିଳିଥାଏ।ଏହା କ୍ୟାନ୍ସର ଠାରୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଡିପ୍ରେଶନ ଓ ମାନସିକ ଅବସାଦକୁ କମ କରିଥାଏ।
କଦଳୀ ଫୁଲରେ ବହୁତ ମ୍ୟାଗ୍ନେଶୀୟମ ଓ ଆଣ୍ଟୀ ଅକ୍ସିଡ଼ାଣ୍ଟ ରହିଥାଏ ।ଏହା ଆପଣଙ୍କୁ ମାନସିକ ଅବସାଦରୁ ବଞ୍ଚାଇଥାଏ। ଏହା ଆପଣଙ୍କ ମୁଡକୁ ଭଲ ରଖିବାରେ ସହାୟକ ହୋଇଥାଏ। ପାଚନ ପାଇଁ କଦଳୀର ଫୁଲ ବହୁତ ଲାଭ ଦାୟକ ହୋଇଥାଏ। ଏହା ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମାନଙ୍କୁ ଶେଷ କରିବାରେ ସହାୟକ ହୋଇଥାଏ।
ଏହାର ସେବନ କରିବା ଦ୍ବାରା ଆପଣ କବଜ,ଗ୍ୟାସ ଓ ଅନ୍ୟାନ୍ୟ ପେଟ ସମସ୍ୟା ମାନଙ୍କରୁ ରକ୍ଷା ପାଇପାରିବେ। ରକ୍ତରେ ଶର୍କରାର ପରିମାଣକୁ ଠିକ ରଖିବାରେ କଦଳୀର ଫୁଲ ବହୁତ ସହାୟକ ହୋଇଥାଏ। ଇନ୍ସୁଲିନ ସ୍ତରକୁ କମାଇଥାଏ।
ଏହା ବ୍ୟତୀତ କୌଣସି ପ୍ରକାର ସଂକ୍ରମଣ ଠାରୁ ଏହା ବଞ୍ଚାଇଥାଏ। ଏହା ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଜୀବାଣୁ ମାନଙ୍କ ଠାରୁ ଶରୀରକୁ ରକ୍ଷା କରିଥାଏ।କଦଳୀ ଫୁଲକୁ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ।