Author: NAZMEEN PARWEEN

ବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ପାକିସ୍ତାନ ନିଜକୁ ଏକ “ଇସଲାମିକ୍ ଆଣବିକ ଶକ୍ତି” ଭାବେ ଘୋଷଣା କଲା, ସେତେବେଳେ ତା’ର ଶାସକମାନେ ଦାବି କରିଥିଲେ ଯେ ଏହା ସେମାନଙ୍କ ସାର୍ବଭୌମତ୍ୱର ସୁରକ୍ଷା କବଚ। କିନ୍ତୁ ଆଜି ୨୦୨୬ ମସିହାରେ ପହଞ୍ଚିବା ବେଳକୁ ସେହି ସୁରକ୍ଷା କବଚ ଏବେ ଦେଶ ପାଇଁ ଏକ ବୋଝ ପାଲଟିଛି। ଗୋଟିଏ ପଟେ ପାକିସ୍ତାନ ନିଜର ମିସାଇଲ୍ ପ୍ରଦର୍ଶନ କରି ବିଶ୍ୱକୁ ଚମକାଇବାକୁ ଚେଷ୍ଟା କରୁଛି, ଅନ୍ୟପଟେ ସେଠାକାର ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ “ଭିକ୍ଷା ଥାଳି” ଧରି ଋଣ ପାଇଁ ଆକୁଳ ନିବେଦନ କରୁଛନ୍ତି। ପାକିସ୍ତାନର ଏହି ଦ୍ୱୈତ ରୂପ ଏବେ ବିଶ୍ୱ ସମୁଦାୟ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧. ଭିକ୍ଷାବୃତ୍ତିର କୂଟନୀତି: ହାତରେ ଆଟମ୍ ବମ୍, କାନ୍ଧରେ ଝୋଲା ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‍ଙ୍କ ଏକ ଭିଡିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ସରିଫ୍ ସ୍ୱୀକାର କରିଛନ୍ତି…

Read More