Author: NAZMEEN PARWEEN

ଓଡ଼ିଶା କଂଗ୍ରେସକୁ କାଳ-ରାହୁଲ? ଓଡ଼ିଶାରେ ବିଜେପି କାହିଁକି ସଫଳ, କଂଗ୍ରେସ କାହିଁକି ବିଫଳ? ଏକ ସମୟ ଥିଲା, ଯେତେବେଳେ ଓଡ଼ିଶା ରାଜନୀତିରେ କଂଗ୍ରେସ ଥିଲା ସବୁଠାରୁ ପ୍ରଭାବଶାଳୀ ଶକ୍ତି। ରାଜ୍ୟରେ ସରକାର ଗଠନଠାରୁ ଆରମ୍ଭ କରି ଗାଁର ବୁଥ୍ ସ୍ତର ପର୍ଯ୍ୟନ୍ତ ଦଳର ଦବଦବା ରହିଥିଲା। କିନ୍ତୁ ସମୟ ସହିତ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ଆଜି ଓଡ଼ିଶାରେ କଂଗ୍ରେସର ଭୋଟ୍ ସେୟାର ପ୍ରାୟ ୧୩ ପ୍ରତିଶତରେ ସୀମିତ ହୋଇପଡ଼ିଛି। ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଓଡ଼ିଶାରେ କଂଗ୍ରେସର ଏହି ଅବନତି ପଛରେ କେବଳ ସ୍ଥାନୀୟ ନେତୃତ୍ୱ ଦାୟୀ ନା କେନ୍ଦ୍ରୀୟ ନେତୃତ୍ୱର ଉଦାସୀନତା ମଧ୍ୟ ଏହାର ଏକ ବଡ଼ କାରଣ? ରାହୁଲ ଗାନ୍ଧିଙ୍କ ଓଡ଼ିଶା ପ୍ରତି ଆଗ୍ରହକୁ ନେଇ ପ୍ରଶ୍ନ ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଓଡ଼ିଶାରେ କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ପାଇଁ ଦଳ ପାଖରେ ସ୍ପଷ୍ଟ ରଣନୀତି କିମ୍ବା ଦୀର୍ଘମିଆଦୀ ଭିଜନ୍‌ର ଅଭାବ ରହିଛି। ସେମାନଙ୍କ ଅଭିଯୋଗ…

Read More