Author: NAZMEEN PARWEEN

ଓଡ଼ିଶାର ରାଜନୀତିରେ ବର୍ତ୍ତମାନ ମୋହମ୍ମଦ ମୋକିମଙ୍କ ରାଜନୀତିକ ରଣନୀତିକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ରାଜ୍ୟରେ BJP ସରକାର ଶାସନରେ ଥିବା ସତ୍ତ୍ୱେ ମୋକିମଙ୍କ ରାଜନୀତିକ ଆକ୍ରମଣର ମୁଖ୍ୟ କେନ୍ଦ୍ରବିନ୍ଦୁ କଂଗ୍ରେସ ହୋଇଯାଇଥିବା ନେଇ ରାଜନୀତିକ ମହଳରେ ପ୍ରଶ୍ନ ଉଠୁଛି। ବିଶେଷକରି PCC ସଭାପତି ଭକ୍ତ ଚରଣ ଦାସ ଓ ତାଙ୍କ ପରିବାରକୁ ନେଇ ମୋକିମଙ୍କ ସମ୍ପ୍ରତିକ ବକ୍ତବ୍ୟ ଏହି ଚର୍ଚ୍ଚାକୁ ଆଉ ତୀବ୍ର କରିଛି। କଳାହାଣ୍ଡି ସଭା ପରେ ବଢ଼ିଲା ଚର୍ଚ୍ଚା ଗତ ୧୧ ମେରେ କଳାହାଣ୍ଡିରେ ଆୟୋଜିତ ଏକ ସଭାରେ ମୋହମ୍ମଦ ମୋକିମ PCC ସଭାପତି ଭକ୍ତ ଚରଣ ଦାସ ଓ ତାଙ୍କ ପୁଅ ସାଗର ଦାସଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, “ଏଠାରୁ ଭୋଟ ନେଇ ଭୁବନେଶ୍ୱରରେ ପୁଞ୍ଜିପତିଙ୍କ ସହ ବୈଠକ କରୁଛନ୍ତି, ଲୋକଙ୍କ ପାଇଁ ଲଢ଼ୁନାହାନ୍ତି।” ରାଜନୀତିକ ବିଶ୍ଳେଷକମାନଙ୍କ ମତରେ, ଏହି ବକ୍ତବ୍ୟ କେବଳ ବ୍ୟକ୍ତିଗତ ଆକ୍ରମଣ ନୁହେଁ, ବରଂ କଂଗ୍ରେସର…

Read More