Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ସନାତନ ମହାକୁଡ଼ ଏକ ଏଭଳି ନାମ, ଯାହାଙ୍କୁ ନେଇ ସବୁବେଳେ କୌତୁହଳ ଓ ଚର୍ଚ୍ଚା ଲାଗି ରହିଥାଏ। ରାଜ୍ୟସଭା ନିର୍ବାଚନର ଉଷ୍ମତା ମଧ୍ୟରେ ବିଜେଡିରୁ ନିଲମ୍ବିତ ଏହି ପ୍ରଭାବଶାଳୀ ବିଧାୟକ ଆଜି ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ରାଜ୍ୟ ରାଜନୀତିର ପଶାପାଲିକୁ ଆହୁରି ଜଟିଳ କରିଦେଇଛି। ବିଧାନସଭାରେ ଭୋଟ୍ ଦେବା ପରେ ସନାତନଙ୍କ “ରାଜ୍ୟ ସ୍ୱାର୍ଥ ପାଇଁ ଭୋଟ୍ ଦେଇଛି” ବୋଲି ବୟାନ ଏବେ ଉଭୟ ଶାସକ ଓ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି। କିନ୍ତୁ ଏହି ‘ରାଜ୍ୟ ସ୍ୱାର୍ଥ’ ପଛରେ କେଉଁ ରହସ୍ୟ ଲୁଚି ରହିଛି, ତାହାକୁ ନେଇ ଏବେ ଜୋରଦାର ବିଶ୍ଳେଷଣ ଆରମ୍ଭ ହୋଇଛି। ନିଲମ୍ବନ, ସ୍ୱାଧୀନତା ଏବଂ ‘ହ୍ୱିପ୍’ର ଜାଲ ସନାତନ ମହାକୁଡ଼ଙ୍କ ଆଜିର ଆଭିମୁଖ୍ୟ ପଛରେ ସବୁଠାରୁ ବଡ଼ ଯୁକ୍ତି ହେଉଛି ତାଙ୍କର ବୈଧାନିକ ସ୍ଥିତି। ବିଜେଡିରୁ ନିଲମ୍ବିତ ହେବା ପରେ ବିଧାନସଭାରେ ତାଙ୍କର ଆସନ ବଦଳାଇ ଦିଆଯାଇଛି। ସନାତନଙ୍କ ମତରେ,…

Read More