Author: NAZMEEN PARWEEN

ଓଡ଼ିଶାର ରାଜନୈତିକ ମାନଚିତ୍ରରେ ଏବେ ଏକ ବଡ଼ ଧରଣର ଭୂକମ୍ପ ପରିଲକ୍ଷିତ ହେଉଛି। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନର ମଙ୍ଗ ଧରିଥିବା ବିଜୁ ଜନତା ଦଳ (ବିଜେଡି) ଏବଂ କେନ୍ଦ୍ରରେ ଶାସନ ଗାଦିରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଥିବା ‘ମଧୁଚନ୍ଦ୍ରିକା’ ଏବେ ସମ୍ପୂର୍ଣ୍ଣ ଭାବେ ତିକ୍ତତାରେ ପରିଣତ ହେବାରେ ଲାଗିଛି। ୨୦୨୪ ନିର୍ବାଚନୀ ପରାଜୟ ପରେ ବିଜେଡି ନିଜର ଆଭିମୁଖ୍ୟ ବଦଳାଇଥିବା ବେଳେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ପ୍ରତିକ ବିବୃତ୍ତି ରାଜ୍ୟ ରାଜନୀତିକୁ ପୁଣି ଥରେ ଉଷ୍ମ କରିଦେଇଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରହିବାକୁ ପ୍ରଧାନ କରିଥିବା ଅନୁରୋଧ କେବଳ ଏକ ସାଧାରଣ ବକ୍ତବ୍ୟ ନୁହେଁ, ବରଂ ଏହା ପଛରେ ଏକ ବଡ଼ ରାଜନୈତିକ ବାର୍ତ୍ତା ଏବଂ ରଣନୀତି ଲୁଚି ରହିଛି। ରେଢ଼ାଖୋଲ ସମାବେଶ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଚାଳନା…

Read More