Author: NAZMEEN PARWEEN

ସନ୍ୟାସୀ ପାଣ୍ଡିଆନଙ୍କ ‘ମାଷ୍ଟର ପ୍ଲାନ୍’କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ତେଜ ଓଡ଼ିଶା ରାଜନୀତିରେ ପୁଣିଥରେ ଭି.କେ. ପାଣ୍ଡିଆନଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ବିଜେପି ସରକାର ଗଠନ ପରେ ପୂର୍ବତନ 5T ସଚିବ ଭି.କେ. ପାଣ୍ଡିଆନ ଏବଂ ତାଙ୍କ ସହ ସଂପୃକ୍ତ କିଛି ପ୍ରଶାସନିକ ଅଧିକାରୀଙ୍କୁ ନେଇ ବିଭିନ୍ନ ରାଜନୈତିକ ମହଳରେ ଆଲୋଚନା ଚାଲିଥିବା ବେଳେ, ଏବେ ସୋସିଆଲ୍ ମିଡିଆ ଏବଂ ସରକାରୀ ସର୍କିଟ୍ ହାଉସ୍ ବ୍ୟବହାରକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, ନିର୍ବାଚନ ପରେ ସକ୍ରିୟ ରାଜନୀତିରୁ ଦୂରେଇଥିବା କୁହାଯାଉଥିବା ପାଣ୍ଡିଆନ ପୁଣିଥରେ ପରୋକ୍ଷ ଭାବେ ରାଜ୍ୟ ରାଜନୀତିରେ ସକ୍ରିୟ ହେବାକୁ ଯୋଜନା କରୁଛନ୍ତି। ଏହା ସହିତ ସୋସିଆଲ୍ ମିଡିଆ ମାଧ୍ୟମରେ ମୋହନ ଚରଣ ମାଝୀ ସରକାରଙ୍କ ବିରୋଧରେ ସଂଗଠିତ ପ୍ରଚାର ଚାଲିଥିବା ଅଭିଯୋଗ ମଧ୍ୟ ଉଠୁଛି। ୨୦୨୪ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ଥିଲା ବଡ଼ ମୁଦ୍ଦା…

Read More