Author: NAZMEEN PARWEEN

ସିଏମଓରେ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା: ଶାସନ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ; ସରକାରୀ ବୈଠକର ଭିଜୁଆଲ୍ ଲିକ୍ ହେବା ପରେ ରାଜନୈତିକ ମହଳରେ ତର୍କ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଏକ ବୈଠକ ସମ୍ବନ୍ଧୀୟ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଏକ ସମୟରେ କ୍ୟାମେରା ପଛରୁ “ସାର… ଟିକେ ଡିସକସନ କରନ୍ତୁ… ଭଲ ଭିଜୁଆଲ ହେବ…” ବୋଲି ଶୁଣିବାକୁ ମିଳୁଥିବାରୁ ବିରୋଧୀ ଶିବିର ଏବଂ ସୋସିଆଲ୍ ମିଡିଆରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଭିଡିଓଟି ରାଜ୍ୟର ଆଇନ-ଶୃଙ୍ଖଳା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସମୟର ବୋଲି କୁହାଯାଉଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଡିଜିପି ଏବଂ ହୋମ୍ ସେକ୍ରେଟାରୀ ହେମନ୍ତ ଶର୍ମା ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିଡିଓକୁ ନେଇ ଉଠିଲା ଅନେକ ପ୍ରଶ୍ନ ଭାଇରାଲ୍ ହୋଇଥିବା ଭିଡିଓ…

Read More