Author: NAZMEEN PARWEEN

ପଶ୍ଚିମବଙ୍ଗର ‘ଶୁଭେନ୍ଦୁ ମଡେଲ୍’କୁ ନେଇ ଓଡ଼ିଶାରେ ରାଜନୈତିକ ଚର୍ଚ୍ଚା, ଚାପରେ କି ମୋହନ ସରକାର?; ପ୍ରଶାସନିକ କାର୍ଯ୍ୟଶୈଳୀ, ମହିଳା ଯୋଜନା ଓ ମଦ ନୀତିକୁ ନେଇ ତୁଳନା ଆରମ୍ଭ ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ରୁତ କାର୍ଯ୍ୟଶୈଳୀକୁ ନେଇ ଏବେ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆ ଓ ରାଜନୈତିକ ମହଳରେ ପଶ୍ଚିମବଙ୍ଗର ଶାସନ ଶୈଳୀ ସହ ଓଡ଼ିଶାର ମୋହନ ମାଝୀ ସରକାରଙ୍କ ତୁଳନା କରାଯାଉଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଦୁଇ ରାଜ୍ୟରେ ସମାନ ଦଳର ସରକାର ଥିଲେ ମଧ୍ୟ ନୀତି ଓ ପ୍ରଶାସନିକ ପଦକ୍ଷେପରେ ପାର୍ଥକ୍ୟ ସ୍ପଷ୍ଟ ହେଉଛି। ପଶ୍ଚିମବଙ୍ଗରେ ଦ୍ରୁତ ପଦକ୍ଷେପ, ଚର୍ଚ୍ଚାରେ ଶୁଭେନ୍ଦୁ ସରକାର ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ଅତ୍ୟଳ୍ପ ସମୟ ଭିତରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରଶାସନିକ କ୍ଷେତ୍ରରେ ଅନେକ କଡ଼ା ପଦକ୍ଷେପ ନେଇଥିବା ଦାବି କରାଯାଉଛି। ବିଶେଷକରି କେତେକ ଆଇପିଏସ୍ ଅଧିକାରୀଙ୍କ…

Read More