Author: NAZMEEN PARWEEN

ଦେଶ ଏବଂ ରାଜ୍ୟ ରାଜନୀତିରୁ ଏହି ସମୟର ସବୁଠାରୁ ଆଲୋଚିତ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସୁଛି। ସାଧାରଣତଃ ଜନକଲ୍ୟାଣକାରୀ ସରକାରଙ୍କଠାରୁ ଲୋକେ ଆଶା କରନ୍ତି ଯେ ସେମାନେ ସମାଜରୁ ନିଶା କାରବାର କମାଇବା ପାଇଁ ପଦକ୍ଷେପ ନେବେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଓଲଟା ଦେଖାଯାଉଛି। ମଦ ପାଇଁ ସରକାର ଏବେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିବା ଭଳି ମନେହେଉଛି। ମଦ କାରବାର କମାଇବା ପରିବର୍ତ୍ତେ ବିଜେପି ସରକାର ଏବେ ବାଉଳା ହୋଇଯାଇଛନ୍ତି। ଏଥିପାଇଁ ଗତ ସପ୍ତାହରେ ରାଜ୍ୟରେ ମଦ ଦୋକାନ ବାଣ୍ଟିଲେ ସରକାର। ଆଉ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମଦ ଦୋକାନ ବାଣ୍ଟିବା ପାଇଁ ସରକାରଙ୍କ ପ୍ରତିନିଧି ସାଜିଥିବା ଜିଲ୍ଲାପାଳମାନେ ଆଖିରେ ସତସତିକା ଅନ୍ଧପୁଟୁଳି ବାନ୍ଧିଦେଲେ। ସରକାର ଦୃଷ୍ଟିହୀନ ଅଭିନୟ କରି ପ୍ରାୟ ୧୪୦୦ରୁ ଅଧିକ ଠିପିବନ୍ଦ ମଦ ଦୋକାନ ବାଣ୍ଟିଥିବା କୁହାଯାଉଛି। ଏବେ ବିରୋଧୀମାନେ ପଚାରୁଛନ୍ତି— ଏହା କ’ଣ ପାରଦର୍ଶିତାର ପ୍ରତୀକ ? ନା ସରକାରଙ୍କ “ଅନ୍ଧ ନୀତି”ର ଚିହ୍ନ…

Read More