Author: NAZMEEN PARWEEN

ଆମ ଓଡ଼ିଆରେ ଏକ ବହୁତ ପୁରୁଣା, ଅତି ସରଳ ଅଥଚ ଅତି ଜୀବନ୍ତ କଥା ଅଛି “ସମ୍ପଦେ ସବୁ ସଖା, ବିପଦେ ନ ଦିଅନ୍ତି ଦେଖା।” ଏହି ଗୋଟିଏ ଧାଡ଼ିର କବିତା ଆଜିର ସମଗ୍ର ସମାଜ ଏବଂ ବିଶେଷ କରି ଆଜିର କ୍ରୂର ରାଜନୀତିର ପୂରା ଚେହେରାକୁ ପଦାରେ ପକାଇ ଦିଏ। ଏହାର ସହଜ ଅର୍ଥ ହେଉଛି, ଆପଣଙ୍କ ପାଖରେ ଯେତେବେଳେ କ୍ଷମତା ଥିବ, ପଦ-ପଦବୀ ଥିବ, ଯେତେବେଳେ ଆପଣଙ୍କ ଗୋଟିଏ ଇସାରାରେ ବଡ଼ ବଡ଼ କାମ ଚୁଟ୍‌କିରେ ହୋଇଯାଉଥିବ, ସେତେବେଳେ ଆପଣଙ୍କ ଚାରିପାଖରେ ବନ୍ଧୁମାନଙ୍କର, ପ୍ରଶଂସକମାନଙ୍କର ଏକ ବଡ଼ ଲମ୍ବା ଲାଇନ୍ ଲାଗିଥିବ। ଆପଣଙ୍କ ସପକ୍ଷରେ ଗୁଣଗାନ କରିବାକୁ ସେତେବେଳେ ଲୋକଙ୍କର ଅଭାବ ହେବ ନାହିଁ। କିନ୍ତୁ ସମୟର ଚକ ଯେତେବେଳେ ଓଲଟା ଘୁରେ, ସମୟ ଯେତେବେଳେ ଖରାପ ଆସେ, ସେତେବେଳେ ସେହି ଚିହ୍ନା ବନ୍ଧୁମାନେ ହିଁ ସବୁଠାରୁ ପଛକୁ ହଟିଯାନ୍ତି। ଆପଣଙ୍କୁ ଦୁରରୁ ଦେଖିଲେ ମଧ୍ୟ ସେମାନେ ଅଜଣା…

Read More