Author: NAZMEEN PARWEEN

ରୁଷିଆର ‘ଆଣ୍ଟି-ଏଜିଙ୍ଗ୍’ ମିଶନ୍: ଲ୍ୟାବ୍‌ରେ ତିଆରି ହେଉଛି ମଣିଷ ଅଙ୍ଗ, ପୁତିନଙ୍କ ମେଗା ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ବିଜ୍ଞାନ ଏବଂ ରାଜନୀତିର ଦୁନିଆରୁ ଏବେ ଏକ ଚମକପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆରେ ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ରୋକିବା ଏବଂ କୃତ୍ରିମ ଭାବେ ମଣିଷ ଅଙ୍ଗ ତିଆରି କରିବାକୁ ନେଇ ଏକ ବିଶାଳ ସରକାରୀ ପ୍ରକଳ୍ପ ଚାଲିଥିବା ଖବର ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚା ସୃଷ୍ଟି କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଏହି ପ୍ରକଳ୍ପର ସମ୍ପର୍କ ଥିବା ନେଇ ବିଭିନ୍ନ ଅନ୍ତର୍ଜାତୀୟ ମାଧ୍ୟମରେ ଦାବି କରାଯାଉଛି। ରିପୋର୍ଟ ଅନୁସାରେ, ରୁଷିଆ ସରକାର “ନ୍ୟୁ ହେଲ୍ଥ ପ୍ରିଜରଭେସନ୍ ଟେକ୍ନୋଲୋଜି” ନାମରେ ଏକ ଆଣ୍ଟି-ଏଜିଙ୍ଗ୍ ମିଶନ୍‌ରେ କାମ କରୁଛି। ଏହି ପ୍ରକଳ୍ପରେ ମଣିଷର କୋଷର ବାର୍ଦ୍ଧକ୍ୟକୁ ଧୀର କରିବା, ଲ୍ୟାବ୍‌ରେ ମଣିଷ ଅଙ୍ଗ ତିଆରି କରିବା ଏବଂ ଜିନ୍ ଥେରାପି ମାଧ୍ୟମରେ ଦୀର୍ଘାୟୁ ହାସଲ କରିବା ଭଳି ବିଷୟ ଉପରେ ଗବେଷଣା ଚାଲିଛି।…

Read More