Author: NAZMEEN PARWEEN

ରାଜନୀତିର ରଙ୍ଗମଞ୍ଚରେ ବନ୍ଧୁତା ଅସ୍ଥାୟୀ ଏବଂ ସ୍ୱାର୍ଥ ଚିରନ୍ତନ। କିନ୍ତୁ ଓଡ଼ିଶାର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) କ୍ଷେତ୍ରରେ ଏହି ଉକ୍ତିଟି କେବଳ ସ୍ୱାର୍ଥରେ ସୀମିତ ନୁହେଁ, ବରଂ ଏହା ଏକ ‘ରାଜନୈତିକ ବଳିଦାନ’ର କ୍ରମାଗତ ପ୍ରକ୍ରିୟାରେ ପରିଣତ ହୋଇଛି। ଗତ ୨୪ବର୍ଷର ଶାସନ କାଳରେ ଦଳ ଯେତିକି ସଫଳତା ପାଇଛି, ସେତିକି ବିଦାୟର କରୁଣ କାହାଣୀ ମଧ୍ୟ ଲେଖିଛି। ଆବଶ୍ୟକତା ଥିବାବେଳେ ପାଖକୁ ଟାଣି ଆଣିବା ଏବଂ କାମ ସରିଗଲେ ଅଳିଆ ଗଦାକୁ ଫିଙ୍ଗିଦେବା— ଏହି ‘ୟୁଜ୍ ଆଣ୍ଡ ଥ୍ରୋ’ (Use and Throw) ନୀତି ଏବେ ବିଜେଡିର ମୁଖ୍ୟ ପରିଚୟ ସାଜିଛି। ସାମ୍ପ୍ରତିକ ସମୟରେ ଏହି ନୀତିର ଶିକାର ହେବାକୁ ଯାଉଛନ୍ତି ଜାତୀୟ ସ୍ତରରେ ଦଳର ଶାଣିତ ସ୍ୱର ସାଜିଥିବା ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର: ଜଣେ ବୌଦ୍ଧିକ ଯୋଦ୍ଧାର ବିଷାଦମୟ ପରିଣତି କଂଗ୍ରେସ ପୃଷ୍ଠଭୂମିରୁ ଆସିଥିବା ସସ୍ମିତ ପାତ୍ରଙ୍କୁ ଯେତେବେଳେ ବିଜେଡି…

Read More