Author: NAZMEEN PARWEEN

ବର୍ତ୍ତମାନର ବିଶ୍ୱ ସ୍ଥିତି ଏକ ଅସ୍ଥିର ସମୟ ଦେଇ ଗତି କରୁଛି। ଗୋଟିଏ ପଟେ ଆନ୍ତର୍ଜାତୀୟ ସ୍ତରରେ ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା ଘନୀଭୂତ ହେଉଥିବାବେଳେ, ଅନ୍ୟପଟେ ଭାରତର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ଦୁଇଟି ଘଟଣା ଭିନ୍ନ ହୋଇଥିଲେ ମଧ୍ୟ, ଏହାର ଦୂରଗାମୀ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବା ନିଶ୍ଚିତ। ଇସ୍ରାଏଲ୍‌ ଦାବି କରିଛି ଯେ ସେମାନେ ଇରାନର ପେଟ୍ରୋକେମିକାଲ୍ ପ୍ଲାଣ୍ଟ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ, ଇରାନର ପରମାଣୁ ପ୍ଲାଣ୍ଟ ନିକଟରେ ମଧ୍ୟ ଡ୍ରୋନ୍ ମାଡ଼ କରାଯାଇଛି। ଯଦିଓ ଇରାନ ଏହି ଆକ୍ରମଣକୁ ପ୍ରତିହତ କରିଥିବା କହୁଛି, କିନ୍ତୁ ବିସ୍ଫୋରଣର ଚିତ୍ର କିଛି ଭିନ୍ନ କଥା କହୁଛି। ପରମାଣୁ କେନ୍ଦ୍ରରେ ଆକ୍ରମଣ ହେବା ଅର୍ଥ ହେଉଛି ‘ରେଡିଏସନ୍’ ବା ବିକିରଣର ବିପଦ। ଯଦି…

Read More