Author: NAZMEEN PARWEEN

ଲୋକକଥାରେ ଅଛି, ଦୁନିଆର ତିନିଟି ଶ୍ରେଣୀର ଲୋକଙ୍କ ଉପାର୍ଜନ ଉପରେ କେବେ ନଜର ପକାଇବା ଅନୁଚିତ। ସେମାନେ ହେଲେ— ଡାକ୍ତର, ପୁଲିସ ଏବଂ ଓକିଲ। ଏହି ତିନି ବର୍ଗର ବ୍ୟକ୍ତି ନିଜ କାମ ପାଇଁ ଦିନରାତି ଏକ କରି ଦିଅନ୍ତି, ଅନିଦ୍ରା ରୁହନ୍ତି ଏବଂ ଲୋକଙ୍କ ସେବା କରି ଅର୍ଥ ଉପାର୍ଜନ କରନ୍ତି। କିନ୍ତୁ ଓଡ଼ିଶାର ବର୍ତ୍ତମାନର ରାଜନୈତିକ ପାଣିପାଗ ଏହି ପୁରୁଣା ମାନ୍ୟତାକୁ ଓଲଟାଇ ଦେବାକୁ ଯାଉଛି। ଚଳିତ ରାଜ୍ୟସଭା ନିର୍ବାଚନରେ ଜଣେ ସୁନାମଧନ୍ୟ ଡାକ୍ତରଙ୍କ କଷ୍ଟଲବ୍ଧ ଉପାର୍ଜନ ଉପରେ ବିଧାୟକମାନଙ୍କ ନଜର ପଡ଼ିବ କି? ଏହି ପ୍ରଶ୍ନ ଏବେ ରାଜଧାନୀର ରାଜନୈତିକ ଗଳିକନ୍ଦିରେ ଜୋର୍‌ ଧରିଛି। ଏଥର ରାଜ୍ୟସଭା ଲଢ଼େଇ କୌଣସି ସାଧାରଣ ନିର୍ବାଚନ ନୁହେଁ। ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରତିଷ୍ଠିତ ଡାକ୍ତର ଦତ୍ତେଶ୍ୱର ହୋତା। ଜଣେ ନାମକରା ରୋଗ ବିଶେଷଜ୍ଞ ଭାବେ ସେ ବର୍ଷ ବର୍ଷ ଧରି ରୋଗୀ ସେବା କରି ଯେଉଁ…

Read More