Author: NAZMEEN PARWEEN

ରାଜ୍ୟ ରାଜନୀତିରେ ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା କିଛି ବର୍ଷ ପୂର୍ବରୁ କଳ୍ପନା କରିବା ମଧ୍ୟ କଠିନ ଥିଲା। ରାଜନୀତିର ମଞ୍ଚରେ ଯେଉଁ ଦଳମାନେ ବର୍ଷୋ ବର୍ଷ ଧରି ପରସ୍ପରଙ୍କୁ ବିରୋଧ କରିଆସୁଥିଲେ, ଆଜି ସେମାନେ ହଠାତ୍ ଗୋଟିଏ ମଞ୍ଚରେ ଆସି ହାତ ମିଳାଉଛନ୍ତି। ଏହି ରାଜନୀତିକ ନାଟକକୁ ବୁଝିବା ପାଇଁ ଆଉ ଗୋଟିଏ ଉଦାହରଣ ମନକୁ ଆସେ — ବିକ୍ରମ ଓ ବେତାଳର କାହାଣୀ। ସେହି କାହାଣୀରେ ବେତାଳ ସବୁବେଳେ ରାଜା ବିକ୍ରମଙ୍କ ପିଠିରେ ଲଦି ହୋଇ ରହେ ଏବଂ ତାଙ୍କୁ ପ୍ରଶ୍ନରେ ବୁଡ଼ାଇ ରଖେ। ଆଜିର ଓଡ଼ିଶାର ରାଜନୀତିରେ ପ୍ରଶ୍ନ ଉଠୁଛି —କାହା ପିଠିରେ କିଏ ଲାଉ ହୋଇଛି? ଗତ ୫୦ ବର୍ଷର ଓଡ଼ିଶା ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଏକ ସ୍ପଷ୍ଟ ଧାରା ଦେଖାଯାଏ। ଦୀର୍ଘ ସମୟ ଧରି ରାଜ୍ୟର ରାଜନୀତି ମୂଳତଃ ଗୋଟିଏ ମୂଳକୁ କେନ୍ଦ୍ର କରି ଘୁରୁଥିଲା —…

Read More