Author: NAZMEEN PARWEEN

ବିଜେଡି ରାଜନୀତିର ଆଲୋଚନା ହେଲେ ପାଣ୍ଡିଆନଙ୍କ ନାଁ ଆସିବା ଆଜି ପ୍ରାୟ ଅନିବାର୍ଯ୍ୟ ହୋଇପଡ଼ିଛି। ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ନେଇ ଯେପରି ଚର୍ଚ୍ଚା ହୁଏ, ସେପରି ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ଉପସ୍ଥିତି ଅତି କମ୍‌ ଦେଖାଯାଏ। କିନ୍ତୁ ରାଜନୀତିକ ମହଲରେ ବହୁତେ ମନେକରନ୍ତି ଯେ ଅନେକ ସମୟରେ ପର୍ଦ୍ଦା ପଛରେ ଥାଇ ସେହି ମୁଖ୍ୟ ରଣନୀତିକ ଚାଲ ଚଳାଇଥାନ୍ତି। ବିଶେଷକରି ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଯେଉଁ ରାଜନୈତିକ ଗତିବିଧି ଦେଖାଯାଉଛି, ସେଥିରେ ପାଣ୍ଡିଆନଙ୍କ ଭୂମିକା ନେଇ ଆଲୋଚନା ଆଉ ବେଶି ତୀବ୍ର ହୋଇଛି। ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ନେଇ ପୂର୍ବପରି କୋଳାହଳ ନ ଥିଲେ ମଧ୍ୟ, ପରଦା ପଛରେ ସେ ହିଁ ଅସଲ ରଣନୀତିର ସୂତ୍ରଧର ସାଜିଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଯେଉଁ ନୂଆ ସମୀକରଣ ସାମ୍ନାକୁ ଆସିଛି, ତାହା କେବଳ ବିଜେପିକୁ ଚକିତ କରିନାହିଁ, ବରଂ ଓଡ଼ିଶା ରାଜନୀତିର ଭବିଷ୍ୟତ ପାଇଁ ଏକ ବଡ଼ ସଙ୍କେତ ଦେଇଛି। ଓଡ଼ିଶା…

Read More