Author: NAZMEEN PARWEEN

ରାଜନୀତିରେ ଗୋଟିଏ କଥା ସବୁବେଳେ କୁହାଯାଏ— “ଶତ୍ରୁର ଶତ୍ରୁ ହେଉଛି ମିତ୍ର”। କିନ୍ତୁ ଯେତେବେଳେ ନିଜ ଦଳ ଭିତରେ ହିଁ ଅତିରିକ୍ତ ମିତ୍ରତା ଆଉ ଏକ ନୂଆ ଶତ୍ରୁତାକୁ ଜନ୍ମ ଦିଏ, ସେତେବେଳେ ପୂରା ସଂଗଠନର ଅଡ଼ୁଆ ବଢ଼ିଯାଏ। ଏବେ ଠିକ୍ ଏଭଳି ଏକ ଚାଞ୍ଚଲ୍ୟକର ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ରାଜ୍ୟ ବିଜେପି ଶିବିରରେ, ବିଶେଷ କରି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଚର୍ଚ୍ଚା ହେଉଛି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ରାଜ୍ୟର ମୂଳ ବିଜେପି ସଂଗଠନଠାରୁ ଦୂରେଇବାକୁ ଚାହୁଁଛନ୍ତି। ତେଣୁ ସେ ନିଜର ମନମୁତାବକ ଏକ ସ୍ୱତନ୍ତ୍ର ସଂଗଠନ ନିର୍ମାଣ କରିବା ସହିତ ‘ପ୍ଲାନ-ବି’ କାର୍ଯ୍ୟକାରୀ କରି ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି। ଅପରାଜିତାଙ୍କୁ ଏବେ ନିଜ ଦଳର ପୁରୁଣା ନେତା ଓ କର୍ମୀମାନେ ବୋଧହୁଏ ପସନ୍ଦ କରୁନାହାନ୍ତି କିମ୍ବା ଅପରାଜିତା ନିଜେ ସେମାନଙ୍କଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ରାଜନୈତିକ ମହଲରେ ତ ଏଭଳି ଆଲୋଚନା…

Read More