Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ଅଧ୍ୟାୟ ଖୋଲିଛି। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷିତରେ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ରାଜନୀତିକ ମଞ୍ଚରେ ଏକ ଅପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ଯେଉଁ ଦୁଇ ଦଳ ଗତ ୨୦୨୪ ବିଧାନସଭା ନିର୍ବାଚନରେ ପ୍ରତ୍ୟକ୍ଷ ମୁକାବିଲ୍ଲାରେ ଥିଲେ, ସେମାନେ ଆଜି ଉଚ୍ଚସଦନ ପାଇଁ ଏକାତ୍ମ ହୋଇ ରଣନୀତି ଗଠନ କରୁଛନ୍ତି। ଏହି ରାଜନୀତିକ ପରିବର୍ତ୍ତନ କେବଳ ଗଣିତର ମିଳନ ନୁହେଁ, ଏହା ଆଦର୍ଶ, ସ୍ୱାଭିମାନ, ଓ ଭୂମିସ୍ତରର କାର୍ଯ୍ୟକର୍ତ୍ତାମାନଙ୍କ ମନୋବୃତ୍ତିକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି। ମୁକାବିଲ୍ଲାର ତଥ୍ୟ: ୧୮ଟି ଆସନର ଅନ୍ତର୍ଦ୍ୱନ୍ଦ୍ୱ ଗତ ବିଧାନସଭା ନିର୍ବାଚନରେ ୧୦ଟି ଆସନରେ ବିଜେଡି ପ୍ରାର୍ଥୀମାନେ ସିଧାସଳଖ କଂଗ୍ରେସ ସହିତ ଲଢ଼ିଥିଲେ ଏବଂ ଆଉ ୮ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବିଜେଡିକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ମୁହଁମୁହିଁ ହୋଇଥିଲେ। ଏହି ୧୮ଟି ଆସନରେ ଲଢ଼ି ଜିତିଥିବା ଓ ହାରିଥିବା ନେତାମାନେ…

Read More