Author: NAZMEEN PARWEEN

ଓଡ଼ିଶା ରାଜନୀତିର ପୋଥିରେ ୨୦୨୬ ରାଜ୍ୟସଭା ନିର୍ବାଚନ ଏକ ଅଭୂତପୂର୍ବ ଅଧ୍ୟାୟ ଭାବେ ଲିପିବଦ୍ଧ ହେବ। ଏହି ନିର୍ବାଚନ କେବଳ ସଂଖ୍ୟା ଗଣିତର ଖେଳ ନଥିଲା, ବରଂ ଏହା ଥିଲା ପରିବାର, ସ୍ୱାଭିମାନ ଏବଂ ସର୍ବୋପରି ‘ପ୍ରତିଶୋଧ’ର ଏକ ଖୋଲା ମଇଦାନ। ଯେଉଁଠି ଦଳୀୟ ଆଦର୍ଶର ପାଚେରୀ ଥରିଛି ଏବଂ ସାଂଗଠନିକ ଶୃଙ୍ଖଳାକୁ ଜଳାଞ୍ଜଳି ଦେଇ ଜିତିଛି ବାପାମାନଙ୍କ ପ୍ରତି ହୋଇଥିବା ଅବିଚାରର ଆକ୍ରୋଶ। ଜଣେ କି ଦୁଇ ଜଣ ନୁହେଁ, ବରଂ ୯ ଜଣ ବିଧାୟକ ଦଳୀୟ ହ୍ୱିପ୍‌କୁ ଏଡ଼ାଇ ଯେଉଁ କ୍ରସ୍-ଭୋଟିଂ କରିଛନ୍ତି, ତାହା ବିଜେଡି ଓ କଂଗ୍ରେସ ଶିବିରରେ ଏକ ଶକ୍ତିଶାଳୀ ରାଜନୈତିକ ଭୂକମ୍ପ ସଦୃଶ। ପିତା ହିଁ ପରମ ପୁରୁଷ: ବିଜେଡି ଗଡ଼ରେ ପୁଅମାନଙ୍କ ‘ଶାଣିତ’ ଜବାବ ବିଜୁ ଜନତା ଦଳ (ବିଜେଡି) ଯେଉଁମାନଙ୍କୁ ଦିନେ ନିଜର ସ୍ତମ୍ଭ ବୋଲି କହୁଥିଲା, ସେହି ବରିଷ୍ଠ ନେତାଙ୍କ ପରିବାର ଆଜି ଦଳ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିଛନ୍ତି।…

Read More