Author: NAZMEEN PARWEEN

ଗତକାଲି ରାଜ୍ୟସଭା ନିର୍ବାଚନ ସରିଛି, ଫଳାଫଳ ବି ଆସିଯାଇଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ଇତିହାସରେ କେବଳ ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ରହିନାହିଁ, ବରଂ ଏହା ବିଜେଡି ଶିବିରରେ ଦୀର୍ଘ ଦିନ ଧରି ଚାଲିଥିବା ‘ୱାର୍ ଅଫ୍ ଇଗୋ’ ବା ଅହଂକାରର ଲଢ଼େଇକୁ ସର୍ବସାଧାରଣରେ ଉନ୍ମୋଚିତ କରିଦେଇଛି। ବାହାରକୁ ଏହି ଲଢ଼େଇ ବିଜେଡି ଏବଂ ବିଜେପି ମଧ୍ୟରେ ହେଉଥିବା ପରି ମନେହେଉଥିଲେ ହେଁ, ବାସ୍ତବରେ ଏହା ଥିଲା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଏବଂ ନବୀନଙ୍କ ଏକାନ୍ତ ଅନୁଗତ ଭି. କେ. ପାଣ୍ଡିଆନଙ୍କ ମଧ୍ୟରେ ଏକ ଶକ୍ତି ପ୍ରଦର୍ଶନ। କେବଳ ସେତିକି ନୁହେଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଂହକାର ମଧ୍ୟ ଭାଙ୍ଗିଛି ଏହି ନିର୍ବାଚନ। ଆଉ ସବୁଠାରୁ ବଡ଼ ବିଫଳତା ବିଜେପି ଶିବିରରୁ ଦେଖିବାକୁ ମିଳିଛି। ବିଜେଡି ଓ କଂଗ୍ରେସର ଅନେକ ବିଧାୟକଙ୍କୁ କିଣି ବହୁ ଭୋଟ୍‍ ବ୍ୟବଧାନରେ ଜିତିବ ବୋଲି…

Read More