Author: NAZMEEN PARWEEN

ପଶ୍ଚିମବଙ୍ଗ ରାଜନୀତିର ଏପିସେଣ୍ଟର ବା କେନ୍ଦ୍ରବିନ୍ଦୁ କୁହାଯାଉଥିବା ‘ନନ୍ଦିଗ୍ରାମ’ ପୁଣିଥରେ ଏକ ହାଇଭୋଲଟେଜ୍ ରାଜନୈତିକ ନାଟକର ମଞ୍ଚ ପାଲଟିଛି। ଗୋଟିଏ ପଟେ ସାଂଗଠନିକ କୌଶଳରେ ପାରଙ୍ଗମ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ବରିଷ୍ଠ ରଣନୀତିକାର ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ, ଅନ୍ୟପଟେ ଅଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ। ୨୦୨୧ ମସିହା ବିଧାନସଭା ନିର୍ବାଚନର ସ୍ମୃତିକୁ ଉଜ୍ଜୀବିତ କରି ପୁଣିଥରେ ନନ୍ଦିଗ୍ରାମ ଆସନରେ ଏହି ଦୁଇ ବଡ଼ ଚେହେରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ମୁହାଁମୁହିଁ ହୋଇଛନ୍ତି। ବିଜେପିର ହେଭିୱେଟ୍ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ ଥିବାବେଳେ, ଟିଏମ୍‌ସି ଏଥର ଏକ ଭିନ୍ନ ରଣନୀତି ଆପଣାଇ ବିଜେପିର ଜଣେ ଅସନ୍ତୁଷ୍ଟ ନେତା ପବିତ୍ର କରଙ୍କୁ ନିଜ ଦଳରୁ ପ୍ରାର୍ଥୀ କରିଛି। ପବିତ୍ରଙ୍କ ପଛରେ ମମତା ବାନାର୍ଜୀ ଏବଂ ଟିଏମ୍‌ସିର ସେକେଣ୍ଡ-ଇନ୍-କମାଣ୍ଡ ଅଭିଷେକ ବାନାର୍ଜୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି।…

Read More