Author: NAZMEEN PARWEEN

ଗତ ମାର୍ଚ୍ଚ ମାସର ସେହି ଚର୍ଚ୍ଚିତ ଘଟଣା କଥା ଆପଣଙ୍କ ନିଶ୍ଚୟ ମନେଥିବ! ରାଜ୍ୟ ବିଧାନସଭାରେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ପ୍ରାୟ ତିନି ଗୁଣ ବୃଦ୍ଧି କରିବା ପାଇଁ ପାରିତ ହୋଇଥିବା ବିଲ୍‌କୁ ହଠାତ୍ ପ୍ରତ୍ୟାହାର କରିନିଆଯାଇଥିଲା। ସେତେବେଳେ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିତରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଅନେକେ ଭାବିଥିଲେ ଯେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବୋଧହୁଏ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। କିନ୍ତୁ ନା! ଏବେ ପୁଣିଥରେ ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ପେନସନ୍ ଏବଂ ସୁବିଧା ସୁଯୋଗ ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏଥର କୌଣସି ରାଜନୈତିକ ଦଳ ନୁହେଁ, ବରଂ ନୂଆଦିଲ୍ଲୀରୁ ଆସିଥିବା ସଂସଦୀୟ କମିଟି ସିଧାସଳଖ ଭାବେ କହିଛି ଯେ— ଓଡ଼ିଶାର ବିଧାୟକମାନଙ୍କ ଦରମା ଓ ଭତ୍ତାର ସଂଶୋଧନ ହେବା ଏକାନ୍ତ ଆବଶ୍ୟକ। ଏହି କମିଟି ଭୁବନେଶ୍ୱର ଆସି କାହା କାହା ସହିତ…

Read More