Author: Sarasinee Subudhi

ଭାସ୍କର ପରିଚ୍ଛା ଗଡ଼ଜାତ ମିଶ୍ରଣ କଥା କହିବା ବେଳେ ପ୍ରଜାମଣ୍ଡଳ ଆନ୍ଦୋଳନ ବିଷୟ ବି ଉଲ୍ଲେଖ କରିବା ଦରକାର। ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନ ଔପନିବେଶିକ ସମୟର ଶେଷ ଆନ୍ଦୋଳନ ଥିଲା। ଓଡ଼ିଶାର ରାଜକୀୟ ବା ଗଡଜାତ ରାଜ୍ୟଗୁଡ଼ିକରେ ଏହା ଥିଲା ଜନପ୍ରିୟ ଓ ତୃଣମୂଳ ବିଦ୍ରୋହ।ଅର୍ଥନୈତିକ ଶୋଷଣ ଓ ସାମନ୍ତବାଦୀ ଅତ୍ୟାଚାର ବିରୁଦ୍ଧରେ ସ୍ବୈରାଚାରୀ ଶାସକଙ୍କ ଅଧୀନରେ ଥିବା ନାଗରିକ ମାନଙ୍କ ଦ୍ଵାରା ନିଜ ଅଧିକାର ଦାବିର ଏହା ଥିଲା ଆନ୍ଦୋଳନ। ଏହି ଆନ୍ଦୋଳନ ଥିଲା ଆର୍ଥିକ ଦୁର୍ଗତି , ସାମାଜିକ ଅନ୍ୟାୟ ଏବଂ ସ୍ଥାନୀୟ ରାଜା ଏବଂ ସାମନ୍ତବାଦୀ ଶାସକମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୋଷଣକାରୀ ବ୍ୟବସ୍ଥାର ପ୍ରତିକ୍ରିୟା। ସେତେବବେଳେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରଯାଇଥିଲା ଥିଲା, ଯେଉଁଥିରେ ବାଧ୍ୟତାମୂଳକ ଶ୍ରମ (‘ବେଠି’, ‘ବେଗାରି’), ମନମୁଖୀ ଟିକସ (‘ମଗନ’, ‘ରସଦ’, ‘ଭେଟି’, ‘କରସାମଗ୍ରି’), ଏବଂ ବାରମ୍ବାର ଟିକସ ବୃଦ୍ଧି ଯାହା କୃଷି…

Read More