Author: Sarasinee Subudhi

ଭାରତୀୟ ବଜାରରେ ବଢ଼ିବ ବିଦେଶୀ ବୀମା କମ୍ପାନୀଙ୍କ ଦବ୍‌ଦବା। କାରଣ ଦେଶର ବୀମା କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍ଡିଆଇ) ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ସଂସଦର ଆଗାମୀ ଶୀତ ଅଧିବେଶନରେ ଏ ସମ୍ପର୍କରେ ଏକ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୀମା କ୍ଷେତ୍ରରେ ଏଫ୍ଡିଆଇ ସୀମା ଶେଷ ଥର ପାଇଁ ୨୦୨୧ରେ ୪୯%ରୁ ୭୪%କୁ ବୃଦ୍ଧି କରାଯାଇଥିଲା। ସେହିପରି ୨୦୧୫ରେ ମଧ୍ୟ ସରକାର ଏଫ୍ଡିଆଇ ସୀମା ୨୬% ରୁ ୪୯% କୁ ବୃଦ୍ଧି କରିଥିଲେ। ଚଳିତବର୍ଷର ବଜେଟ୍ ଭାଷଣରେ, ଅର୍ଥମନ୍ତ୍ରୀ ନୂତନ ପିଢ଼ିର ଆର୍ଥିକ କ୍ଷେତ୍ର ସଂସ୍କାର ଅଧୀନରେ ବୀମା କ୍ଷେତ୍ରରେ ବିଦେଶୀ ନିବେଶ ସୀମାକୁ ବର୍ତ୍ତମାନର ୭୪% ରୁ ୧୦୦%କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ…

Read More