Author: Sarasinee Subudhi

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଖୁବ୍ ଶୀଘ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ହେଉଥିବା ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହେବାର ସମ୍ଭାବନା ରହିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଅଧିବେଶନ ପାଇଁ ଆମେରିକା ଯାଉଛନ୍ତି। ଯେଉଁଠାରେ ଶାହବାଜ ସରିଫ ୨୫ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ। ଏହା ଟ୍ରମ୍ପଙ୍କ ସହ ସେନା ମୁଖ୍ୟ ଅସୀମ ମୁନିରଙ୍କ ତୃତୀୟ ସାକ୍ଷାତ ହେବ। ପୂର୍ବରୁ ଜୁନ୍ ଏବଂ ଅଗଷ୍ଟରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପାକିସ୍ତାନ ସହିତ ତାଙ୍କର ସମ୍ପର୍କ ନିରନ୍ତର ସୁଧୁରୁଛି, ଅନ୍ୟପଟେ ଭାରତ ଏବଂ ଆମେରିକା ମଧ୍ୟରେ…

Read More