Author: Sarasinee Subudhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛି । ଉଭୟଙ୍କ ମଧ୍ୟରେ ୩୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିବା ଜଣା ପଡ଼ିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ, କରେ ନାହିଁ ଏବଂ କେବେ କରିବ ବି ନାହିଁ। ପ୍ରକୃତରେ, ଟ୍ରମ୍ପ ବହୁ ଥର ଦାବି କରିଛନ୍ତି ଯେ ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ସେ ମଧ୍ୟସ୍ଥତା କରିଥିଲେ। ଆମେରିକା ରାଷ୍ଟ୍ରପତି ସମଗ୍ର ବିଶ୍ୱକୁ କହୁଛନ୍ତି ଯେ ତାଙ୍କ ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା। ସେ ନିଜେ ଦୁଇ ଦେଶ ମଧ୍ୟରେ ଶାନ୍ତିର ଶ୍ରେୟ ନେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ 35 ମିନିଟ୍ ଆଲୋଚନା ବିଦେଶ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି…

Read More