Author: Sarasinee Subudhi

ପୁରିଲା ବର୍ଷେ ଭାଙ୍ଗିଲା ସ୍ବପ୍ନ। ଓଡ଼ିଶାରେ ଆଉ ଗଡି ନପାରେ ମେଟ୍ରୋ। ମନ୍ତ୍ରୀଙ୍କ ବାଚଳାମି ସାଙ୍ଗକୁ ବିରୋଧୀଙ୍କ ଆକ୍ରମଣ ଦେଖି ମେଟ୍ରୋ ଭବିଷ୍ୟତ ଏବେ ଅନ୍ଧାରରେ ବୋଲି କୁହାଯାଉଛି। ତଳେ ଯିବ ନାଁ ଉପରେ ଗଡ଼ିବ ତାକୁ ନେଇ ଦ୍ବନ୍ଦରେ ସରକାର ରହିଥିବା ବେଳେ ଏବେ ବିଭିନ୍ନ ଦିଗରୁ ବଢୁଛି ଚାପ। ବେଜ୍ଜିତ୍ ହେଉଛି ବିଜେପି ସରକାର। ମେଟ୍ରୋ ପାଇଁ ସାଧରଣ ଲୋକରୁ ବଡ ବଡ ପୂର୍ବତନ ବାବୁ ବି ପ୍ରଶ୍ନ କଲେଣି। ବିଜେପି ସରକାରକୁ ବର୍ଷେ ପୁରିଲା ହେଲେ ମେଟ୍ରୋ କାମ ଆରମ୍ଭ ନହେବାରୁ ବଢୁଛି ଅସନ୍ତୋଷ ପଡୁଛି ଗାଳି, ଛିଗୁଲେ଼ଇ ହେଉଛନ୍ତି ବିରୋଧୀ। ମୋହନଙ୍କ ୧୨ ମାସର ତପସ୍ୟା ଏବେ ଶୁଖୁଆ ପୋଡ଼ାରେ ଗଲା ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀମାନଙ୍କର ଘଡ଼ିକୁ ଘଡ଼ି ମତ ପରିବର୍ତ୍ତନ ଏବେ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର କରିଦେଇଛି ବୋଲି କୁହାଯାଉଛି। ଟ୍ୱିନ୍‌ ସିଟିରେ ମେଟ୍ରୋ ନିର୍ମାଣ କାମ…

Read More