Author: Sarasinee Subudhi

କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ଶନିବାର ରାତିରେ ବ୍ରିଟିଶ ରୟାଲ ନେଭିର ଏଫ-୩୫ବି ଯୁଦ୍ଧବିମାନର ଜରୁରୀ ଅବତରଣ ଘଟଣା ସମ୍ପର୍କରେ ନୂଆ ନୂଆ ସୂଚନା ସାମ୍ନାକୁ ଆସୁଛି। ପଞ୍ଚମ ପିଢ଼ିର ଏହି ଅତ୍ୟାଧୁନିକ ଷ୍ଟିଲଥ ଯୁଦ୍ଧବିମାନଟି ପ୍ରଥମେ ଇନ୍ଧନ ଅଭାବ ହେତୁ ଭାରତୀୟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ଠାରୁ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲା। ପରେ ଜଣାପଡ଼ିଲା ଯେ ବିମାନର ହାଇଡ୍ରୋଲିକ ସିଷ୍ଟମରେ ମଧ୍ୟ ତ୍ରୁଟି ଦେଖାଦେଇଛି। ଏହିକାରଣରୁ ବିମାନଟି ପୁନର୍ବାର ଉଡ଼ାଣ ପାଇଁ ବିଳମ୍ବ ହେଉଛି। ଏହି ସୂଚନା ତିରୁବନନ୍ତପୁରମ ବିମାନବନ୍ଦର ସୂତ୍ରରୁ ମିଳିଛି। ଏପରି ପରିସ୍ଥିତିରେ ଏହି ବିମାନକୁ ନେଇ ନାନା ପ୍ରକାର ଅଟକଳ ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ, କ’ଣ ଆମେରିକୀୟ ଯୁଦ୍ଧବିମାନ ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର କ୍ଷମତା ପରୀକ୍ଷା କରିବା ପାଇଁ ଆସିଥିଲା କି? ଏଫ-୩୫ବି ପାଖ ଛାଡ଼ିବାକୁ ଚାହୁଁନଥିଲେ ପାଇଲଟ ଏଫ-୩୫ବିର ହାଇଡ୍ରୋଲିକ ସିଷ୍ଟମର ତ୍ରୁଟି ସମାଧାନ ପାଇଁ ଶନିବାର ରାତିରେ ବ୍ରିଟିଶ…

Read More