Author: Sarasinee Subudhi

ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ମିସାଇଲ ବର୍ଷଣ କରୁଛନ୍ତି। ଏହି ମଧ୍ୟରେ ଇରାନର ସମର୍ଥନରେ ରୁଷ ମଇଦାନକୁ ଓହ୍ଲାଇଛି। ପ୍ରକୃତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ଇରାନରେ ସତ୍ତା ପରିବର୍ତ୍ତନ କରିବା ନୁହେଁ, କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ଚାଲୁଥିବା ପରିସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରେ। ରୁଷ ସତ୍ତା ପରିବର୍ତ୍ତନର କଥାକୁ ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ ବୋଲି କହିଛି। ଇସ୍ରାଏଲର ସାର୍ବଜନୀନ ପ୍ରସାରଣ ସଂସ୍ଥା ‘କାନ’ ସହ ଆଲୋଚନାରେ ନେତନ୍ୟାହୁ କହିଛନ୍ତି, ‘ଇସ୍ଲାମିକ ଗଣତନ୍ତ୍ରରେ ସତ୍ତା ପରିବର୍ତ୍ତନ ପ୍ରଥମେ ଇରାନୀ ଜନତାଙ୍କ ମାମଲା। ଏହାର କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଏହାକୁ କେବେ ଆମର ଲକ୍ଷ୍ୟ ଭାବେ ଉପସ୍ଥାପନ କରିନାହିଁ। ହଁ, ଏହା ଆକ୍ରମଣର ଫଳାଫଳ ହୋଇପାରେ, କିନ୍ତୁ ଏହା ଇଜରାଇଲର ଆଧିକାରିକ ଲକ୍ଷ୍ୟ ନୁହେଁ।’ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାର ମଧ୍ୟ ଏହା ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନ ଇରାନୀ…

Read More