Author: Sarasinee Subudhi

ଇସ୍ଲାମାବାଦ ଓ ଓ୍ଵାଶିଂଟନ ମଧ୍ୟରେ କୂଟନୈତିକ ସମ୍ପର୍କରେ ଏକ ନୂଆ ଉତ୍ସାହ ଦେଖାଯାଉଛି। ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ମଧ୍ୟରେ ହ୍ଵାଇଟ ହାଉସରେ ମଧ୍ୟାହ୍ନ ଭୋଜନରେ ହୋଇଥିବା ବୈଠକ ପରେ ଏବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଉଭୟ ନେତା ଆଞ୍ଚଳିକ ସ୍ଥିରତା, ଭାରତ-ପାକିସ୍ତାନ ତଣାବ, ମଧ୍ୟପ୍ରାଚ୍ୟର ସ୍ଥିତି ଏବଂ ଆତଙ୍କବାଦ ବିରୋଧରେ ମିଳିତ ପ୍ରୟାସ ଉପରେ ସହମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପୁନର୍ବାର ଶ୍ରେୟ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି, “ପ୍ରଧାନମନ୍ତ୍ରୀ ପାକିସ୍ତାନ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସକାରାତ୍ମକ ମନ୍ତବ୍ୟକୁ ସ୍ଵାଗତ କରିଛନ୍ତି ଏବଂ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ପାଇଁ ଏହାକୁ ପ୍ରୋତ୍ସାହନକାରୀ ବୋଲି ବର୍ଣ୍ଣନା କରିଛନ୍ତି।”…

Read More