Author: Sarasinee Subudhi

ଇରାନ ଏବେ ନିଜର ଶତ୍ରୁମାନଙ୍କୁ ସଫା କରିବାକୁ ଏବେ ଏଭଳି ଗୋଟିଏ ଫୋର୍ସ ତିଆରି କରିଛି,ଯେଉଁମାନେ ୟୁନିଫର୍ମ ପିନ୍ଧନ୍ତି ନାହିଁ କି କୌଣସି ଗୁପ୍ତ ଏଜେନ୍ସିରେ କାମ କରନ୍ତି ନାହିଁ । ସେମାନେ ହେଉଛନ୍ତି ଇଉରୋପର ବିପଜ୍ଜନକ ଅପରାଧୀ ଗ୍ୟାଙ୍ଗ, ଯେଉଁମାନଙ୍କ ହାତରେ ଇରାନ ଏବେ ନିଜର ଶତ୍ରୁମାନଙ୍କ ନାମ ତାଲିକା ଦେଇଛି। ଠିକ ଯେମିତି ଭାରତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଈ ନିଜର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ଶୁଟରମାନଙ୍କ ଟିମ ତିଆରି କରେ, ସେଇମିତି ଇରାନ ନିଜର ଗୋଟିଏ ସାର୍ପ ସୁଟର ଗ୍ୟାଙ୍ଗ ତିଆରି କରିଛି । ତେବେ ଏଥିରେ ଇରାନର ଅଧିକାରୀ ସିଧାସଳଖ ସାମିଲ ନାହାନ୍ତି । ସେମାନେ କାମ ଆଉଟ୍ ସୋର୍ସ କରିଛନ୍ତି,ଅର୍ଥାତ ସେମାନଙ୍କ ପାଇଁ ଗୁଳି ଗ୍ୟାଙ୍ଗ ଚଳାଇବେ । ସ୍ୱୀଡେନର ସରକାରୀ ପ୍ରସାରକ SVTର ଏକ ନୂଆ ଡକ୍ୟୁମେଣ୍ଟାରୀ ଏହି ବିପଜ୍ଜନକ ମେଣ୍ଚର ପର୍ଦାଫାଶ କରିଛି। ରିପୋର୍ଟ ଅନୁସାରେ, ଇରାନର ଗୁପ୍ତଚର ଏଜେନ୍ସିମାନେ ଇଉରୋପର…

Read More