Author: Sarasinee Subudhi

ଆମେରିକା ଏବେ ଇରାନ-ଇସ୍ରାଏଲ ଯୁଦ୍ଧରେ ଫସି ରହିଛି । ସେପଟେ ଜାପାନ ମଙ୍ଗଳବାର ତାର ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ହୋକାଇଡୋ ଦ୍ୱୀପର ଶିଜୁନାଇ ଆଣ୍ଟି-ଏୟାର ଫାୟାରିଂ ରେଞ୍ଜରେ କରାଯାଇଥିଲା। ଏହା ଏକ କମ୍ ଦୂରତା କ୍ଷେପଣାସ୍ତ୍ର ଯାହା ଟାଇପ୍-88 ସର୍ଫେସ୍ ଟୁ ସିପ୍ (ଜହାଜ) ଉପରେ ଆକ୍ରମଣ କରେ। ଯାହାକୁ ଜାପାନ ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ଏବଂ ଚୀନକୁ ଘେରି ରହିବା ପାଇଁ ପରୀକ୍ଷଣ କରିଛି ବୋଲି କୁହାଯାଉଛି। ଜାପାନର ସ୍ଥଳ ବାହିନୀର ପ୍ରଥମ ତୋପ ବ୍ରିଗେଡ୍ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲା। ଯେଉଁଥିରେ ପ୍ରାୟ ୩୦୦ ସୈନିକ ସାମିଲ ହୋଇଥିଲେ। ସୈନିକମାନେ ହୋକାଇଡୋର ଦକ୍ଷିଣ ଉପକୂଳରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏକ ମାନବହୀନ ଡଙ୍ଗାକୁ ଟାର୍ଗେଟ କରିଥିଲେ। ଜାପାନୀ ଅଧିକାରୀମାନେ କହିଛନ୍ତି…

Read More