Author: Sarasinee Subudhi

ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରୁ ଯିବେ ବଡ଼ ଠାକୁର। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ରଥପଥ ସବୁ ପ୍ରସ୍ତୁତି ସରିଛି। ବଡଦାଣ୍ଡ ଆସିବାକୁ କଳା ସାଆନ୍ତ ଯେତିକି ଉତ୍ସାହିତ ଭକ୍ତ ମଧ୍ୟ ସେତିକି ଆତୁର। ରଥରେ ତିନି ଠାକୁରଙ୍କୁ ଦର୍ଶନ ପୂର୍ବରୁ ଆଜି ଚାଲିଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ୧୫ ଦିନର ଅଣବସର ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲ୍ଲଭ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ନବଯୌବନ ଦର୍ଶନ ପାଇଁ ପୁରୀରେ ଲାଗିଛି ପ୍ରବଳ ଭିଡ଼। କିଏ ଠାକୁରଙ୍କୁ ଦେଖି କାନ୍ଦି ପକାଉଛି ତ କିଏ କହୁଛି ମୋ କାଳିଆ ହାତୀ ଜ୍ଵରରେ ପଡ଼ି ଶୁଖିଲା ଦେଖାଯାଉଛି। ରଥଯାତ୍ରା ପୂର୍ବରୁ ଭକ୍ତ ଆଉ ଭଗବାନଙ୍କ ଏହି ଅପୂର୍ବ ମିଳନ ଅପୂର୍ବ ଅନୁଭୂତି ଦେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ…

Read More