Author: Sarasinee Subudhi

ଅପରେସନ୍ ସିନ୍ଦୂର ଏବଂ ଅପରେସନ୍ ମିଡନାଇଟ୍ ହାମର ମଧ୍ୟରେ ସମୟ ବ୍ୟବଧାନ ୪୭ ଦିନ ଥିଲା। ତଥାପି, ଭାରତର ସାହସୀ ଟେଲିଭିଜନ ନ୍ୟୁଜ୍ ଆଙ୍କର ଏବଂ ରିପୋର୍ଟରମାନଙ୍କୁ ଗୋଟିଏରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ମାତ୍ର କିଛି ସେକେଣ୍ଡ ଲାଗିଥିଲା। ଗୋଟିଏ ମୁହୂର୍ତ୍ତରେ, ସେମାନେ ଭାରତ ଦ୍ୱାରା ଡ୍ରୋନ୍ ଆଉ ମିସାଇଲ ମାଡରେ ଆଲୋକିତ ହୋଇଥିବା ପାକିସ୍ତାନର ରାତିର ଆକାଶକୁ ଇଙ୍ଗିତକରିଥିଲେ ତ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଇରାନର ଫୋର୍ଡୋ ଉପର ଆକାଶକୁ ବ୍ୟାଖ୍ୟା କରିଥିଲେ, ଯାହା ହଠାତ୍ ଆମେରିକୀୟ GBU-57 “ବଙ୍କର୍ ବୁଷ୍ଟର୍” ବୋମାର ଧୂଆଁରେ ଘେରି ରହିଥିଲା। ଗୋଟିଏ ମୁହୂର୍ତ୍ତରେ, ଭାରତୀୟ ଟିଭି ଆଙ୍କରମାନେ ରାଫାଲ୍, ସୁଖୋଇ Su-30MKI ଏବଂ ମିରାଜ 2000 ଲଢ଼ୁଆ ବିମାନର ସଠିକତାକୁ ପ୍ରଶଂସା କରିବାକୁ କହୁଛନ୍ତି, ଯାହାକି ଭାରତୀୟ ବାୟୁସେନା ପାକିସ୍ତାନର ବାୟୁସେନା ଘାଟିଗୁଡ଼ିକୁ “ଧ୍ୱଂସ” କରୁଥିଲା; ପରଦିନ, ଆମେ ଇରାନର ପରମାଣୁ ଆଡ୍ଡା ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ…

Read More