Author: Sarasinee Subudhi

ଅପରେସନ ସିନ୍ଦୂରରେ ମରୁ ମରୁ ବଞ୍ଚିଥିବା ପାକିସ୍ତାନ ତାର କୁକୁର ଅଭ୍ୟାସ ଛାଡି ପାରୁନାହିଁ। ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସୂତ୍ରରୁ ସୂଚନା ମିଳିଛି ଯେ ପାକିସ୍ତାନରେ ଅପରେସନ ସିନ୍ଦୁର ଅଧୀନରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ୍ ଏବଂ ତାଲିମ କେନ୍ଦ୍ରଗୁଡ଼ିକୁ ଏବେ ପୁନଃନିର୍ମାଣ କରୁଛି । ଏହି କାର୍ଯ୍ୟକଳାପ ବିଶେଷକରି ପାକ୍ ଅଧିକୃତ କାଶ୍ମୀର (POK)ର ଘନ ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳରେ ଦେଖାଯାଉଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI, ପାକିସ୍ତାନୀ ସେନା ଏବଂ ସରକାର ଏହି ଆତଙ୍କବାଦୀ କାର୍ଯ୍ୟକଳାପକୁ ସିଧାସଳଖ ସମର୍ଥନ କରୁଛନ୍ତି। ବାହାବଲପୁରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଶିବିରଗୁଡ଼ିକୁ ପୁନଃସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା, ହିଜବୁଲ ମୁଜାହିଦ୍ଦିନ ଏବଂ ଟିଆରଏଫ ଭଳି ଆତଙ୍କବାଦୀ ସଂଗଠନର ଶୀର୍ଷ କମାଣ୍ଡର ଏବଂ ପାକିସ୍ତାନ ସେନା ଏବଂ ଆଇଏସଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି…

Read More