Author: Sarasinee Subudhi

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଗଠିତ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତି ପରେ ଖୁଶିରେ ନାଚୁଛି ପାକିସ୍ତାନ। ଜମ୍ମୁ ଏବଂ କାଶ୍ମୀରର ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ଉପରେ ହେଗ ସ୍ଥିତ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତିକୁ ଇସଲାମାବାଦ ସ୍ୱାଗତ କରିଛି। ଏହା ସହିତ, ସିନ୍ଧୁ ଜଳ ଚୁକ୍ତିନାମା ସହିତ ଜଡିତ ପ୍ରସଙ୍ଗ ଉପରେ ଭାରତ ସହିତ ଆଲୋଚନା କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛି। ପାକିସ୍ତାନ ଶନିବାର ଜାରି ଏକ ବିବୃତ୍ତିରେ କହିଛି ଯେ ‘ଏହି ସମୟରେ ଉଚ୍ଚ ପ୍ରାଥମିକତା ହେଉଛି ଭାରତ ଏବଂ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମାର ପ୍ରୟୋଗ ଉପରେ ଆଲୋଚନା ସମେତ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ରାସ୍ତା ଖୋଜିବା।’ ଭାରତ ପୂର୍ବରୁ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିସାରିଛି। ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ ଶୁକ୍ରବାର, ନୂଆଦିଲ୍ଲୀ କହିଥିଲା ଯେ, ଏହା ପାକିସ୍ତାନ ସହିତ ବିବାଦ ସମାଧାନର ତଥାକଥିତ ଢାଞ୍ଚାକୁ କେବେବି…

Read More