Author: Sarasinee Subudhi

ଆଡ଼ପ ବିଜେ ପୂର୍ବରୁ ପୁରୀରେ ଘଟିଛି ବଡ ଅଘଟଣ। ଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ଜନିତ ଦୁର୍ଘଟଣା ନେଇଛି ତିନି ଜୀବନ । ମାନବୀୟ ତ୍ରୁଟି ଓ ଅବହେଳା କାରଣରୁ ରଥ ସାମ୍ନାରେ—ପ୍ରେମକାନ୍ତ ମହାନ୍ତି (୭୬), ବାସନ୍ତୀ ସାହୁ (୩୬), ଏବଂ ପ୍ରଭାତୀ ଦାସ (୪୨)ଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ପୁରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ ଜନିତ ଏଭଳି ମୃତ୍ୟୁ ପ୍ରଥମ । ଏହାକୁ ନେଇ ମୂଖ୍ୟମନ୍ତ୍ରୀ ମୋହନ ମାଝି ଜଗନ୍ନାଥ ପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୃତକଙ୍କ ପରିବାର ନିକଟରେ ସମବେଦନା ଜ୍ଞାପନ କରିଛନ୍ତି ମୂଖ୍ୟମନ୍ତ୍ରୀ । ଗଜପତି ମହାରାଜା ଦୁଃଖ ପ୍ରକାଶ କରିବା ସହିତ ଆଗକୁ ଏଭଳି ଘଟଣାକୁ କିପରି ଏଡ଼ାଇ ହେବ ସେ ଦିଗରେ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଟଣାର ତ୍ୱରିତ ପଦକ୍ଷେପ ସ୍ୱରୂପ…

Read More