Author: Sarasinee Subudhi

ଉତ୍ତର ପ୍ରଦେଶର ବାଗପତରେ ରବିବାର ରାତିରେ ପୁଲିସ ଓ ଏସଟିଏଫର ମିଳିତ କାର୍ଯ୍ୟାନୁଷ୍ଠାନରେ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ଅପରାଧୀ ସନ୍ଦୀପ ଲୋହାର ଓରଫ ସନ୍ଦୀପ ପହଲୱାନ ଏନକାଉଣ୍ଟରରେ ପ୍ରାଣ ହରାଇଛି । ସାଇକୋ କିଲର ନାମରେ କୁଖ୍ୟାତ ସନ୍ଦୀପ ହାଇୱେରେ ଟ୍ରକ ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରିବା ସହ ଲୁଟପାଟ କରୁଥିଲା। ସେ ପ୍ରାୟତଃ ଉତ୍ତର ପ୍ରଦେଶ, ହରିୟାଣା ଓ ମହାରାଷ୍ଟ୍ରର ହାଇୱେରେ ଏଭଳି ଘଟଣା ଘଟାଉଥିଲା। ଯେଉଁମାନେ ତାଙ୍କୁ ଜାଣିଥିଲେ, ଖାସକରି ଡ୍ରାଇଭରମାନେ, ସେମାନଙ୍କ ମଧ୍ୟରେ ସନ୍ଦୀପ ପହଲୱାନଙ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଝିଅ ମୃତ୍ୟୁ ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଘୃଣା ହରିୟାଣାର ରୋହତକ ଜିଲ୍ଲାର ଭୈଣୀ ମହାରାଜ ଗାଁର ନିବାସୀ ସନ୍ଦୀପ ଲୋହାର ଜଣେ ପହଲୱାନ ଥିଲା। କିନ୍ତୁ ୨୦୧୩ ମସିହାରେ ଏକ ସଡ଼କ ଦୁର୍ଘଟଣା ତା’ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଏହି ଦୁର୍ଘଟଣାରେ ତା’ ଝିଅର ମୃତ୍ୟୁ ହୋଇଥିଲା,…

Read More