Author: Sarasinee Subudhi

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଦୁଇଟି ସମାଜିକ ଗଣମାଧ୍ୟମ ପୋଷ୍ଟ ଏବେ ଦଳକୁ ଅଡ଼ୁଆରେ ପକାଇ ଦେଇଛି । ସେ କାହାରି ନାମ ନ ନେଇ ବିଭିନ୍ନ ଉଦାହରଣ ଦେଇ ଧ୍ରୁତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଥିଲେ। ସେ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ଏହା ଲେଖୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ବି ଶ୍ରୀମୟୀ ମୁହଁ ଖୋଲୁନାହାନ୍ତି। ତେବେ ଶ୍ରୀମୟୀଙ୍କ ପୋଷ୍ଟରେ କାହାରି ନାମ ଉଲ୍ଲେଖ ନ ଥିବାରୁ ଦଳ ଦ୍ବନ୍ଦ୍ବରେ ପଡ଼ିଯାଇଛି। ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପୂର୍ବରୁ କହିଥିଲେ, ଶ୍ରୀମୟୀ ମିଶ୍ର ଆମ ସହ ଅଛନ୍ତି। ସେ ବିଜେପିକୁ ଲକ୍ଷ୍ୟ କରି ଏପରି ପୋଷ୍ଟ୍ କରୁଛନ୍ତି। ସେ ବିଜେଡି ବିଷୟରେ କିଛି କହୁ ନାହାନ୍ତି।  ଶ୍ରୀମୟୀଙ୍କ ପୋଷ୍ଟ୍ ଆଦୌ ଅସନ୍ତୋଷର ପ୍ରତିଫଳନ ନୁହେଁ ବୋଲି ଉଭୟ ସ୍ପଷ୍ଟ ଭାବେ ଜଣାଇଥିଲେ। କିନ୍ତୁ ଆଜି ହଠାତ ବିଜେଡି…

Read More