Author: Sarasinee Subudhi

ସମଗ୍ର ଦେଶରେ ବନୀକରଣ କାର୍ଯ୍ୟକ୍ରମ ଯୋଗୁଁ ଭାରତର ସବୁଳିମା ବୃଦ୍ଧି ପାଉଥାଇପାରେ, କିନ୍ତୁ ଗଛଗୁଡ଼ିକ ସଠିକ୍ ଭାବରେ ଆଲୋକ ସଂଶ୍ଳେଷଣ କରିବାରେ ସକ୍ଷମ ହୋଇପାରୁ ନ ଥିବାରୁ ଆମ ଜଙ୍ଗଲର ସ୍ୱାସ୍ଥ୍ୟ ହ୍ରାସ ପାଉଛି ବୋଲି ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନକ୍ନୋଲୋଜି (ଆଇଆଇଟି)ର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଜଙ୍ଗଲର ଅବକ୍ଷୟ ଜୈବବିବିଧତା, ସାଇଜ୍ – ଉତ୍ପାଦନ, ବନବାସୀଙ୍କ ଜୀବିକା ଓ ଦୀର୍ଘକାଳୀନ ଜଳବାୟୁ ସହନଶୀଳତା ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆଇଆଇଟି ଖଡ଼ଗପୁରର ସେଣ୍ଟର ଫର୍ ଓସେନ୍, ରିଭର, ଆଟମସ୍ଫିଅର ଓ ଲ୍ୟାଣ୍ଡ ସାଇନ୍ସର ଆସୋସିଏଟ୍ ପ୍ରଫେସର ଜୟନାରାୟଣନ କହିଛନ୍ତି ଯେ ଭାରତ ଅଧିକ ସବୁଜିମା ଯୋଗ କରୁଛି ଏବଂ ବିଶ୍ଵ ପୃଷ୍ଠ ଅଙ୍ଗାରକାମ୍ଳ ବିଶୋଧନରେ ଯୋଗଦାନ ଦେଉଛି। କିନ୍ତୁ ଆଲୋକ ସଂଶ୍ଳେଷଣ ଦକ୍ଷତା ହ୍ରାସ ହେତୁ ଏହାର ଜଙ୍ଗଲ ସ୍ବାସ୍ଥ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଆଲୋକ…

Read More