Author: Sarasinee Subudhi

ମହାକାଶ, ଅଟୋମୋବାଇଲ ଓ ଇଣ୍ଟରନେଟ୍ ଭଳି କ୍ଷେତ୍ରରେ ବିପ୍ଳବ ଆଣିବା ପରେ ଆମେରିକାର ବିଶିଷ୍ଟ ଧନୀ ବ୍ୟକ୍ତି ଓ ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ୍ ମସ୍କ ରାଜନୀତିରେ ପାଦ ଥାପିଛନ୍ତି। ‘ଆମେରିକା ପାର୍ଟି’ ନାମରେ ଗଢ଼ିଛନ୍ତି ନୂଆ ରାଜନୈତିକ ଦଳ। ନିଜ ମାଇକ୍ରୋବ୍ଲଟିଂ ସାଇଟ୍ ‘ଏକ୍ସ’ରେ ସେ ଏ ନେଇ ରବିବାର ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନର ଅଂଶ ବିଶେଷ ହେବା ସହ ତାଙ୍କୁ ନିର୍ବାଚିତ କରାଇବାରେ ମସ୍କ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ହେଁ ଉଭୟଙ୍କ ମଧ୍ୟରେ ବିବାଦ ଗତ କିଛି ଦିନ ମଧ୍ୟରେ ଚରମ ସୀମାରେ ପହଞ୍ଚିଥିଲା। ବେଶ୍‌ କିଛିଦିନ ଧରି ଉଭୟ ପରସ୍ପରକୁ ଜୋରଦାର ଟାର୍ଗେଟ୍ କରିଥିଲେ । ରବିବାର ଏହି ବିବାଦ ନୂଆ ମୋଡ଼ ନେଉଛି। ବ୍ୟବସାୟୀରୁ ରାଜନେତା ବନିଥିବା ୫୪ ବର୍ଷୀୟ ମସ୍କ ‘ଏକ୍ସ’ରେ ଦେଶବାସୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ‘ଆଜି ଆମେରିକା ପାର୍ଟି ଗଠନ କରାଯାଉଛି।ଯାହାଦ୍ୱାରା ଆପଣମାନେ ନିଜ…

Read More