Author: Sarasinee Subudhi

ବିଜେପି ଖୁବଶୀଘ୍ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ। ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ ବିଜେପିର ନୂଆ ଅଧ୍ୟକ୍ଷ ପଦ ଦୌଡରେ ଦଳର ୬ ଜଣ ବରିଷ୍ଠ ନେତାଙ୍କ ନାମ ରହିଛି। ଏମାନଙ୍କ ଭିତରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ସେମାନେ ହେଲେ ଶିବରାଜ ସିଂହ ଚୌହାନ, ମନୋହରଲାଲ ଖଟ୍ଟର, ଭୂପେନ୍ଦ୍ର ଯାଦବ ଓ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ବିଜେପିର ମହାସଚିବ ସୁନୀଲ ବଂଶଲ ଓ ବିନୋଦ ତାୱଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଜଣାପଡିଛି ଯେ ଦଳର ଅଧ୍ୟକ୍ଷ ବାଛିବା ଲାଗି ୩ଟି ମୁଖ୍ୟ ମାନଦଣ୍ଡ ଯଥା ସଙ୍ଗଠନାତ୍ମକ ଅନୁଭବ, କ୍ଷେତ୍ରୀୟ ସନ୍ତୁଳନ ଓ ଜାତୀୟ ସମୀକରଣ ଉପରେ ଧ୍ୟାନ ଦିଅଯାଉଛି। ଦଳର ଅଧ୍ୟକ୍ଷ ଚୟନ କରିବା ଲାଗି ଖୁବଶୀଘ୍ର ଏକ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ ହେବ । ଯଦି ଏକାଧିକ ପ୍ରାର୍ଥୀ ଏହି ଦୌଡକୁ ଆସନ୍ତି କିମ୍ବା ନିର୍ବାଚନର ଆବଶ୍ୟକତା ପଡେ ତେବେ…

Read More