Author: Sarasinee Subudhi

ମରିଗଲା ମାନବିକତା ହଜିଗଲା ବିବେକ, ପୁଣି ଓଡ଼ିଶାରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ। ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଞ୍ଜମଯୋଡ଼ା ଗାଁରେ ଘଟିଥିବା କିଛି ଏଭଳି ଘଟଣା ମଣିଷ ସମାଜର ମୁଣ୍ଡ ତ ନୁଆଁଇଛି ତାସହ ଓଡ଼ିଶାରେ ଆଇନ ଶୃଙ୍ଖଳାକୁ କାଠଗଡ଼ାକୁ ଟାଣି ଆଣିଛି। ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ଓଡ଼ିଶା। ପ୍ରେମ କରି ବିବାହ କରିବାରୁ ଦମ୍ପନ୍ତିଙ୍କୁ ଯେଉଁ ଦଣ୍ଡ ମିଳିଛି ତାକୁ ଜାଣିଲେ ଆପଣଙ୍କ ହୃଦୟ ବି କମ୍ପି ଉଠିବ। ସ୍ଥାନୀୟ ସାମାଜିକ ପରମ୍ପରା ବିରୁଦ୍ଧରେ ବିବାହ କରିବାରୁ ଏହି ଯୁବ ଦମ୍ପତିଙ୍କୁ ନିର୍ମମ ଏବଂ ଅପମାନଜନକ ଦଣ୍ଡ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରେମ କଲେ ବୋଲି ଗାଁ ଦାଣ୍ଡରେ ବଳଦ ଭଳି ହଳ କଲେ ଉଭୟ । କାନ୍ଧରେ ଲଙ୍ଗଳ ପକାଇ ଦୁଇ ପଟେ ପ୍ରେମୀ ଯୁଗଳଙ୍କୁ ବାନ୍ଧି ହଳ କରାଇଲେ ଗାଁ ଲୋକେ। ବଳଦକୁ ଯେମିତି ଜୁଆଳିରେ ଯୋଚା ଯାଏ ସେମିତି ଯୋଚିଥିଲେ ଯୁବକ ଓ ଯୁବତୀଙ୍କୁ।…

Read More