Author: Sarasinee Subudhi

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ସମ୍ବିଧାନ ବଚାଓ ସମାବେଶକୁ ସମ୍ବୋଧିତ କରି ଓଡ଼ିଶା ସରକାର ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ। ଏହାସହ ବିଜେଡି ଉପରେ ମଧ୍ୟ ଆଖିବୁଜା ଆକ୍ରମଣ କରିଛନ୍ତି। ଉଭୟ ବିଜେଡି ଓ ବିଜେପି ଉପରେ ଦୁର୍ନୀତି, ଦାଦନ ଏବଂ ଲୋକଙ୍କ ବିଶ୍ୱାସଘାତକତାର ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ। ଓଡ଼ିଶାରେ ପୂର୍ବରୁ ବିଜେଡି ସରକାର ଆଉ ଏବେ ବିଜେଡି ସରକାର, “ଲୋକଙ୍କଠାରୁ ଚୋରି” କରିଛନ୍ତି ଏବଂ ସେମାନଙ୍କ ଅଧିକାର ହଡ଼ପ କରିଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । “ଏହା ଲୋକଙ୍କ ସରକାର ନୁହେଁ। ଏହା ଆଦାନୀ ଭଳି ୫-୬ ଜଣ କୋଟିପତିଙ୍କ ସରକାର। ସେମାନେ ଆପଣଙ୍କ ଜମି, ଆପଣଙ୍କ ଜଙ୍ଗଲ, ଆପଣଙ୍କ ଭବିଷ୍ୟତ ଚୋରି କରନ୍ତି”। ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ବିଜେପି ଉପରେ ଅଭିଯୋଗ କରି ରାହୁଲ ଗାନ୍ଧୀ…

Read More