Author: Sarasinee Subudhi

ଭୁବନେଶ୍ୱର ସମ୍ବିଧାନ ବଂଚାଅ ସମାବେଶରେ ରାହୁଲ କଂଗ୍ରେସର ‘ବାଘ’ ମାନଙ୍କୁ ରାଜ୍ୟ ସରକାର ବିରୋଧରେ ଜାତି ଜନଗଣନାକୁ ଅସ୍ତ୍ର କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହ ଆଦାନୀ-ଅମ୍ବାନୀ ବିରୋଧରେ ଜନମତ ସୃଷ୍ଟି କରିବାକୁ କହିଛନ୍ତି । ରାହୁଲ ଶିଳ୍ପପତି ଆଦାନୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶା ସରକାରୁକ ଆଦାନୀ ଚଳାଉଛନ୍ତି । ଆଦାନୀ ପରିବାର ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି, ରଥକୁ ଅଟକାଯାଇଥିଲା ।  ରାହୁଲ ନିଜ ଭାଷଣ ଆରମ୍ଭରେ କଂଗ୍ରେସ କର୍ମୀଙ୍କୁ ଟାଇଗର କହି ସମ୍ବୋଧନ କରିଥିଲେ। ଆଉ କହିଥିଲେ ଯେ, ଆପଣ ଆମର ତୃଣମୂଳ କର୍ମୀ । ଆପଣଙ୍କ ଡିଏନଏରେ କଂଗ୍ରେସ ପାର୍ଟି ଅଛି । ଆପଣମାନେ ଓଡ଼ିଶା ଜନତାଙ୍କ ରକ୍ଷା କରନ୍ତି । ଓଡ଼ିଶା ସରକାରଙ୍କ କେବଳ ଗୋଟିଏ କାମ ହେଉଛି, ରାଜ୍ୟ ସମ୍ପତି ଚୋରି । ଆଗରୁ ବିଜେଡି ଏହା କରୁଥିଲା। ଏବେ ବିଜେପି କରୁଛି । ଗୋଟିଏ ପଟେ ଦଳିତ ଓ…

Read More