Author: Sarasinee Subudhi

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ପରଠାରୁ ପାକିସ୍ତାନ ରାଗରେ ମାଟି କାମୁଡୁଛି, କେତେବେଳେ ଆମେରିକ ପାଖକୁ ତ ଆଉ କେତେବେଳେ ଜାତିସଂଘ ପାଖକୁ ଆଲୋଚନା ପାଇଁ ଦୌଡୁଛି। ଏହି ସମୟରେ, ଭାରତ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି, ଯାହା ପାକିସ୍ତାନର ନିଦ ହଜାଇ ଦେବ। ଭାରତ ସରକାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାରରେ ଚେନାବ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ ପ୍ରକଳ୍ପ କ୍ୱାର ଡ୍ୟାମ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଯାଉଛି। ଏଥିପାଇଁ ୩୧୧୯ କୋଟି ଟଙ୍କାର ଋଣ ମଗାଯାଇଛି। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ପରେ ଭାରତ ଏହି ପଦକ୍ଷେପ ନେଇଛି, ଯାହା ପାକିସ୍ତାନରେ ନଦୀ ତଳିଆ ଅଞ୍ଚଳ ଉପରେ ପ୍ରଭାବ ପକାଇବା ନେଇ ଚିନ୍ତା ସୃଷ୍ଟି କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ଲଗାଇଲା ଜାମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ଭାରତ ସରକାର…

Read More