Author: Sarasinee Subudhi
ଅପରେସନ ସିନ୍ଦୂର ସମୟରେ ଭାରତର ସ୍ୱଦେଶୀ ବାୟୁ-ପ୍ରତିରକ୍ଷା ପ୍ରଣାଳୀରେ ଉଚ୍ଚ ନିର୍ଭରଯୋଗ୍ୟତା ମଧ୍ୟରେ, ଭାରତୀୟ ବାୟୁସେନା ଶୁକ୍ରବାର ଚାନ୍ଦିପୁର ଠାରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଚାନ୍ଦିପୁର ଉପକୂଳରେ ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ଏହି ‘ଅସ୍ତ୍ର’ର ବିମାନ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଟେ । ଯାହାକି ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ବଂସ କରିବାର କ୍ଷମତା ରଖିଛି । ଏୟାର-ଟୁ-ଏୟାର ମିସାଇଲ ଅସ୍ତ୍ର ବିଭିଆରଏଏଏମ ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଏହାର Mk-II ସଂସ୍କରଣ ୧୬୦ କିଲୋମିଟର ଦୂରରେ ଲକ୍ଷ୍ୟସ୍ଥଳକୁ ନଷ୍ଟ କରିପାରିବ। ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଅସ୍ତ୍ରର ଦୁଇଟି ଉଡ଼ାଣ ପରୀକ୍ଷଣ ସଫଳତାର ସହିତ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ଯେ, କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ କ୍ଷେତ୍ରରେ ପିନ୍-ପଏଣ୍ଟ ସଠିକତା ସହିତ ଲକ୍ଷ୍ୟସ୍ଥଳଗୁଡ଼ିକୁ…
