Author: Sarasinee Subudhi

ମାସକ ପରେ ଆସିଛି ଅହମଦାବାଦରେ ହୋଇଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାର ସତ। ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ AI171 ଉଡ଼ାଣର କିଛି ସେକେଣ୍ଡ ପରେ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ତାର କାରଣ ଏବେ ଜଣା ପଡିଛି। ଶୁକ୍ରବାର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦ୍ୱାରା ପ୍ରକାଶିତ ପ୍ରାଥମିକ ରିପୋର୍ଟ ନିଶ୍ଚିତ କରିଛି ଯେ ଉଡ଼ାଣର କିଛି ସେକେଣ୍ଡ ପରେ ବିମାନର ଉଭୟ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଏଏଆଇବି ପକ୍ଷରୁ ୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ରିପୋର୍ଟର ଏକ ଅଂଶରେ କୁହାଯାଇଛି, “ବିମାନଟି ପ୍ରାୟ ୦୮:୦୮:୪୨ UTC (ସାର୍ବଜନୀନ ସମୟ – ଭାରତୀୟ ସମୟ ମଧ୍ୟାହ୍ନ ୧:୩୮) ରେ ସର୍ବାଧିକ ରେକର୍ଡ ହୋଇଥିବା ୧୮୦ ନଟ୍ସ IAS (ସୂଚିତ ଏୟାରସ୍ପିଡ୍) ହାସଲ କରିଥିଲା ଏବଂ ତା’ପରେ ତୁରନ୍ତ, ଇଞ୍ଜିନ୍ ୧ ଏବଂ ଇଞ୍ଜିନ୍ ୨ର…

Read More